Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଓଜନ କମ୍ କରିବାରେ ବହୁତ ପ୍ରଭାବଶାଳୀ ଏହି ଜଡିବୁଟି

17/12/2020 at 5:06 PM

ଭୁବନେଶ୍ୱର ୧୭/୧୨ : ଓଜନ ବଢିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆୟୁର୍ବେଦରେ ଓଜନ ବଢିବା ଏକ ଚକ୍ରୀୟ ପ୍ରକ୍ରିୟା। ଜୀବନଶୈଳୀ ଓ ଆହାର ସମ୍ବନ୍ଧୀୟ ଭୁଲ ଅଭ୍ୟାସ ଯୋଗୁଁ ପାଚନ ଅଗ୍ନି ଦୁର୍ବଳ ହୋଇପଡେ। ଯାହାଫଳରେ ଶରୀରରେ ବିଷାକ୍ତ ପଦାର୍ଥ ବଢ଼ିବାରେ ଲାଗିଥାଏ। ଫ୍ୟାଟ୍ ଏବଂ ମେଟାବୋଲିଜିମ୍ ଟିସୁ ସମସ୍ୟା ସୃଷ୍ଟି କରେ। ପାଚନ ପ୍ରଣାଳୀରେ ଅସନ୍ତୁଳନ ଦେଖାଦେଲେ ଟିସୁରେ କିଛି କିଛି ପରିବର୍ତ୍ତନ ହୋଇଥାଏ ଯାହାଫଳରେ ଓଜନ ମନକୁ ବଢ଼ିବାରେ ଲାଗିଥାଏ। କଫ ଦୋଷ, ବାତ ଓ ମେଦ ଧାତୁରେ ଅସନ୍ତୁଳନ ଦେଖାଦେଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଆୟୁର୍ବେଦ ଶରୀରକୁ ବିଷାକ୍ତ ପଦାର୍ଥରୁ ବାହାର କରିବାରେ, ଭୋଜନ ଅଭ୍ୟାସରେ ସୁଧାର ଆଣିବା, ପାଚନ ତନ୍ତ୍ର ମଜବୁତ କରିବା, ମେଟାବୋଲିଜିମକୁ ମଜବୁତ କରିବା ଏବଂ ଅବସାଦ କମ୍ କରିବାରେ ବିଭିନ୍ନ ଜଡିବୁଟି ସହାୟକ ପ୍ରମାଣିତ ହୋଇଥାଏ। ଏହିସବୁ ଜଡିବୁଟି ବ୍ୟବହାର କରି ଓଜନ କମ୍ କରିବା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ।

. ଡାଲଚିନି ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି। ସେଥିପାଇଁ ଶୀତ ଦିନରେ ଏହାକୁ ଜଡିବୁଟି ଭଳି ବ୍ୟବହାର କରାଯାଇଥାଏ। ଓଜନ କମ୍ କରିବାରେ ଡାଲଚିନି ବହୁତ ପ୍ରଭାବଶାଳୀ। ଏହା ମେଟାବୋଲିଜିମ୍ ଉନ୍ନତି କରିବାରେ ସାହାଯ୍ୟ କରିଥାଏ। ଏହି ଭାରତୀୟ ମସଲା ଭୋକ କମ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟ୍ରୋଲ୍ କମ୍ କରିଥାଏ। ଏହା ପେଟଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ। ଡାଲଚିନି ପାଉଡରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ ଏବଂ ଟିକେ ଥଣ୍ଡା ହେବାପରେ ଛାଣି ସେବନ କରନ୍ତୁ।

. ଡାଣ୍ଡେଲିଅନ୍ଗୋଟିଏ କପ୍ ପାଣିରେ ଏକ ଚାମଚ୍ ଡାଣ୍ଡେଲିଅନ୍ ମିଶାଇ ଫୁଟେଇ ଦିଅନ୍ତୁ। ଫୁଟିଯିବା ପରେ ଏହି ପନିକି ଛାଣି ଦିଅନ୍ତୁ ଏବଂ ସେବନ କରନ୍ତୁ। ଡାଣ୍ଡେଲିଅନ୍ ପାଚନ କ୍ରିୟା କମ୍ କରିଥାଏ ଯେଉଁଥିପାଇଁ ବହୁତ ସମୟ ଯାଏଁ ଭୋକ ଲାଗିନଥାଏ। ଡାଣ୍ଡେଲିଅନରେ ଭରପୁର ମାତ୍ରାରେ ଫାଇବର୍ ରହିଛି ଯାହା ଚର୍ବି ଅଣୁଗୁଡିକୁ ଅବଶୋଷିତ ହେବାକୁ ରୋକିଥାଏ। ହାନିକାରକ ଅମ୍ଳଜାନ ରେଡିକାଲ୍ ସଫା କରିବାରେ ସାହାଯ୍ୟ କରେ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ।

. ନିମ୍ବ ଓଜନ କମ୍ କରିବାରେ ନିମ୍ବ ମଧ୍ୟ ବ୍ୟବହାର କରାଯାଇଥାଏ। ନିମ୍ବରେ ଔଷଧୀୟ ଗୁଣ ରହିଛି। ଗୋଟିଏ କପ୍ ପାଣିରେ ୪-୫ଟି ନିମ୍ବ ପତ୍ରକୁ ଭଲ ଭାବେ ଚକଟି ପାଣିରେ ମିଶାଇ ଦିଅନ୍ତୁ ଅଥବା ଫୁଟାଇ ଦିଅନ୍ତୁ। ତାପରେ ଏହି ପାଣିକୁ ସେବନ କରନ୍ତୁ। ନିମ୍ବ ଶରୀରର ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ସଞ୍ଚାଳନ ସୁଧରିଥାଏ। ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

. ଗୋଲମରିଚ ଗୋଲମରିଚରେ ଭରପୁର ମାତ୍ରାରେ ପିପରିନ୍ ରହିଛି। ଏହି ଉପାଦାନ ଚର୍ବି କୋଷ ଗଠନକୁ ରୋକିଥାଏ। ଗୋଟିଏ କପ୍ ଗରମ ପାଣିରେ ୧/୪ ଚାମଚ ଗୋଲମରିଚ ଓ ଗୋଟିଏ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହା ଚର୍ବି କୋଷକୁ ବିସ୍ତାର କରିବାରେ ରୋକିଥାଏ ଏବଂ ପେଟକୁ ସୁସ୍ଥ କରିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଏହି ପାଣି ସେବନ କଲେ ଶରୀର ସୁସ୍ଥ ରହେ।

. ଗ୍ରୀନ୍ ଟି ପ୍ରତ୍ୟେକ ବ୍ୟକ୍ତିଙ୍କ ମେଟାବୋଲିଜିମ୍ ସିଷ୍ଟମ୍ ଭିନ୍ନ ଭାବରେ କାମ କରେ। କିଛି ଲୋକଙ୍କ ମଧ୍ୟରେ ଏହା ଦ୍ରୁତ ଗତିରେ କାମ କରେ ଯାହା ଚର୍ବିକୁ ଶରୀରରେ ଜମା ହେବାକୁ ଦିଏନାହିଁ। କିଛି ଲୋକଙ୍କ ମଧ୍ୟରେ ମନ୍ଥର ଗତିରେ କାମ କରେ ଯାହା ଓଜନ ବଢାଇଥାଏ। ଗ୍ରୀନରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ମେଟାବୋଲିଜିମ୍ ବଢାଇଥାଏ ଏବଂ ଚର୍ବି ତରଲାଇବାରେ ସାହାଯ୍ୟ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts