ସୁବ୍ରମଣ୍ୟମ ସ୍ଵାମୀଙ୍କ ବଡ ଖୁଲାସା: ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡି ହୋଇଥିଲା, ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଜେରା କରାଯାଉ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ କ୍ରମାଗତ ସ୍ଵର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ପୁଣି ଥରେ ଏହି ମାମଲାକୁ ନେଇ ଟିପ୍ପଣୀ କରିଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ଵାମୀ କହିଛନ୍ତି ସିବିଆଇକୁ କୁପର ହସ୍ପିଟାଲର ସେହି ପାଞ୍ଚ ଡାକ୍ତରଙ୍କୁ ମଧ୍ୟ ପଚରା ଉଚୁରା କରିବା ଉଚିତ୍ ଯେଉଁମାନେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏଠାରୁ କିଛି ଜରୁରୀ ବଳିଷ୍ଠ ସୂଚନା ମିଳିବ ବୋଲି ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି।

ସ୍ଵାମୀ ଟ୍ଵିଟ୍ କରିଛନ୍ତି ସିବିଆଇକୁ କୁପର  ହସ୍ପିଟାଲର ସେହି ପାଞ୍ଚ ଡାକ୍ତରଙ୍କୁ କଡାକଡି ପଚରା ଉଚୁରା କରିବା ଉଚିତ୍ ଯେଉଁମାନେ ସୁଶାନ୍ତଙ୍କ ଶବ ପୋଷ୍ଟମର୍ଟମ କରିଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ ଶରୀରକୁ  ହସ୍ପିଟାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ ଅନୁଯାୟୀ ସୁଶାନ୍ତଙ୍କ ପାଦ ମୋଡି ହୋଇ ଯାଇଥିଲା, ଯାହା ଭାଙ୍ଗିଯାଇଥିବା ଭଳି ଲାଗୁଥିଲା।

wp:html /wp:html

ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ସୋମବାର ରିୟା ଚକ୍ରବର୍ତ୍ତୀ ନିଜର ପିତା ଓ ଭାଇ ସହିତ ମୁମ୍ବାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦପ୍ତରରେ ପୁଣି ଥରେ ହାଜର ହୋଇଥିଲେ। ଇଡି ଏହି ତିନି ଜଣଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଜେରା କରୁଛି। ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ଉପରେ ୧୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି। କାଲି ରିୟାଙ୍କ ଭାଇ ସୋଭିକଙ୍କୁ ଇଡି ୧୮ ଘଣ୍ଟା ଜେରା କରିଥିଲା। ଅନ୍ୟପକ୍ଷେ ରିୟାଙ୍କୁ ଶୁକ୍ରବାର ଇଡି ୮ ଘଣ୍ଟା ଜେରା କରିଥିଲେ।

ସୂତ୍ର ଅନୁଯାୟୀ ସୁଶାନ୍ତଙ୍କ ପଞ୍ଜିକୃତ କମ୍ପାନୀର ଆଇପି ଠିକଣା ୧୭ ଥର ବଦଳା ଯାଇଛି। ରିୟାଙ୍କ ପାଖରେ ଅର୍ଥ ସମ୍ବନ୍ଧିତ ପ୍ରଶ୍ନର ସଠିକ୍ ଉତ୍ତର ନାହିଁ। ରିୟା ଓ ତାଙ୍କ ଚାର୍ଟର୍ଡ ଆକାଉଣ୍ଟାଟ୍‌ଙ୍କ ବୟାନରେ ତାଳମେଳ ନାହିଁ। ସୁଶାନ୍ତଙ୍କ ୨ କମ୍ପାନୀ ରିୟାଙ୍କ ପିତାଙ୍କ ଫ୍ଲାଟ ନାମରେ ପଞ୍ଜିକୃତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.