Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରାୟଗଡାର ବିଭିନ୍ନ ରାସ୍ତାକୁ କବଜା କରିନେଇଛନ୍ତି ଭାରୀଯାନ ; ବେପରୁଆ ଗାଡି ଚାଳନା ଯୋଗୁଁ ଘଟୁଛି ଦୁର୍ଘଟଣା, ବଢିଲାଣି ଅସନ୍ତୋଷ

24/06/2019 at 5:18 PM

ରାୟଗଡା ୨୪|୬: ରାୟଗଡାର ବିଭିନ୍ନ ରାସ୍ତାକୁ କବଜା କରିନେଇଛନ୍ତି ଭାରୀଯାନ । ଅତି ବେପରୁଆ ଭାବେ ଟ୍ରକ, ଟ୍ୟାଙ୍କର, ଟ୍ରେଲର ସବୁ ଯାତାୟତ କରୁଛି । ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବିପଦ ଜନକ ଅବସ୍ଥାରେ  ସ୍କୁଲ ଯାତାୟତ କରୁଛନ୍ତି ପିଲାଏ ।ଭାରୀ ଯାନ ଯୋଗୁଁ ଆମ୍ବୁଲାନ୍ସ ବି ଅଟକି ରହୁଛି । ଆଉ ଏହାକୁ ନେଇ ଅସନ୍ତୋଷ ବି ବଢ଼ିଲାଣି ।

ମାଲ ଲଦି ଗୋଟିଏ ପରେ ଗୋଚିଏ ଟ୍ରକ ଲାଇନ୍ ରେ ଚାଲିଛନ୍ତି । ପୁଣି  ଟ୍ରେଲର, ଟ୍ୟାଙ୍କର ମାଡ଼ିଚାଲିଛନ୍ତି ରାସ୍ତାରେ । ରାୟଗଡ଼ା ଜିଲ୍ଲାର ଯୁଆଡ଼େ ଗଲେ ଏବେ ଏଇ ସମସ୍ୟା । ରାସ୍ତାକୁ ପୁରା କବଜା କରିନେଇଛନ୍ତି ଭାରୀ ଯାନ ସବୁ । ଦି ଚକିଆ ଯାନ, ଛାତ୍ର ଛାତ୍ରୀ ରାସ୍ତାରେ ଗଲାବେଳେ ଭଗବାନଙ୍କ ଭରସାରେ ଯାଉଛନ୍ତି । ବେଳେ ବେଳେ ଭାରୀ ଯାନର ଏତେ ଭିଡ଼ ହେଉଛି ଯେ ଅନ୍ୟ ଗାଡ଼ି ସବୁ ସାହି, ବସ୍ତି ରାସ୍ତା ଦେଇ ଯାତାୟତ କରୁଛି । ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା  ଫସିଯାଉଛି । କଟକଣା, ସମୟସାରୀଣୀ ମାନିବାକୁ ନାରାଜ ସମସ୍ତେ । ବାଇପାସ୍ ପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ  ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ଆନ୍ତରିକତା ଅଭାବରୁ ଏହା ହୋଇପାରିଲାନାହିଁ । ଭାରୀଯାନ ଏମିତି ଅବସ୍ଥା ସୃଷ୍ଟି କରୁଛନ୍ତି ଯେ ପୋଲିସ ବି ନାକେଦମ୍ ହେଉଛି । ରାୟଗଡା, ଚାନ୍ଦିଲି, ମୁନିଗୁଡା, ବିଷମକଟକ ଥାନା ଅଞ୍ଚଳରେ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣି  ।

ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଦିନ ବେଳା ଭାରୀ ଯାନ ଚଳାଚଳ ବନ୍ଦ ଥିଲା । ହେଲେ ତାଙ୍କର ବଦଳି ପରେ ନିୟମ ବି ବଦଳିଗଲା ଯେମିତି । ଟ୍ରକ ମାଲିକ ସଂଘ ସଭାପତି ତଥା ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଚାପରେ ଏଭଳି ଚାଲିଥିବା  ଅଭିଯୋଗ ହୋଇଛି ।ସେପଟେ ସମସ୍ୟାକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି କୋରାପୁଟ ସାଂସଦ ।

ବଡ଼ ଧରଣର ଦୁର୍ଘଟଣା ଘଟିବା ଆଗରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

   Related Posts