ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ଜବତ କଲା ପୋଲିସ୍

Published By : Prameya-News7 Bureau | October 19, 2020 IST

ଘଟଗାଁ୧୯/୧୦: କେନ୍ଦୁଝର ଜିଲ୍ଲା ୨୧୫ ନମ୍ବର ଜାତୀୟ ରାଜପଥର ଘଟଗାଁ ଠାରୁ ପାଖାପାଖି ୧୨ କି.ମି ଆନନ୍ଦପୁର ଯିବା ରାସ୍ତା ମଧ୍ୟରେ ଥିବା ବିର୍ଷାମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ଛକ ନିକଟରେ ଜଣେ ଅଜଣା ଯୁବକ ୨୧୫ ନଂ ଜାତୀୟ ରାଜପଥ ପାରି ହେଉଥିବା ସମୟରେ ଏକ ଅଜଣା ଟ୍ରକ୍ ଗାଡି ଧକ୍କା ଦେଇଥିଲା। 

ଯାହାଫଳରେ ଯୁବକ ଜଣଙ୍କ ରାସ୍ତା ଉପରେ ବେହୋସ ପଡିଯାଇଥିଲେ। ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ କଲ୍ କରି ଜଣାଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଂଚି ଯୁବକ ଜଣଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଯୁବକ ଜଣଙ୍କର ଗୋଡ ଦୁଇଟି ଭାଙ୍ଗିଯିବା ସହିତ ମୁଣ୍ଡ ପଛପଟ ଫାଟିଯାଇଥିବା ଜଣାପଡିଛି। ଅନ୍ୟପଟେ ଘଟଗାଁ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.