ବାରିକେଟ୍‌ରେ ବାଡ଼େଇ ହେଲା ବାଇକ୍: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 15, 2020 IST

ସାନଖେମୁଣ୍ଡି୧୫/୧୧: ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଧରାକୋଟ ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ନନ୍ଦିଘୋର ତୋଟା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଗଙ୍ଗାପୁର ଗ୍ରାମର ସୁରେନ୍ଦ୍ର ମୁନିଙ୍କ ପୁଅ ନୀଳାଞ୍ଚଳ ମୁନି।

ମିଳିଥିବା ସୂଚନା ମୁତାବକ, ୫୯ ନମ୍ବର ଜାତୀୟ ରାଜପଥ ଆସିକା ଅଭିମୁଖେ ବାଇକ ଚଳାଇ ନୀଳାଞ୍ଚଳ ଯାଉଥିଲେ। ଋଷୁକୁଲ୍ୟା ତଟରେ ଥିବା ଲୁହା ବାରିକେଟରେ ତାଙ୍କ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ଶବକୁ ଆସିକା ପଠାଇ ଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.