ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବି କଲେ ବସ୍ତି ବସିନ୍ଦା

Published By : Prameya-News7 Bureau | August 23, 2020 IST

ଆନନ୍ଦନଗର୨୩/୮: ଦୁର୍ଘଟଣାକୁ ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହରର ଆନନ୍ଦନଗର ନିକଟରେ ଉତ୍ତେଜନା ଦେଖା ଦେଇଛି। ଦୁର୍ଘଟଣାରେ ମୃତ ଯୁବକଙ୍କ ମୃତଦେହ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି। ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ କରୁଥିବା ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନର କାମ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ। ଢେଙ୍କାନାଳ ବାଇ ପାସରେ ଗତ କାଲି ରାତିରେ ଘଟିଥିବା ଦୁର୍ଘଟଣା ନେଇ ରବିବାର ଉତ୍ତେଜନା ଦେଖା ଦେଇଛି।

ବସ୍ତିବାସିନ୍ଦାମାନେ ରାସ୍ତା ଉପରେ ମୃତଦେହ ରଖି ବସି ରହିଛନ୍ତି। ଫଳରେ ଏନ ଏଚ ସଂପ୍ରସାରଣ କାମ କରୁଥିବା ଗାୟତ୍ରୀ କନଷ୍ଟ୍ରକସନ ନାମକ ଏହି ଠିକା ସଂସ୍ଥାର କାମ ବନ୍ଦ ହୋଇଯାଇଛି । ଘଟଣାସ୍ଥଳରେ ଉତ୍ତ୍ୱେଜନା ଲାଗି ରହିଥିବାରୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତକାଲି ଏହି ଠିକ ସଂସ୍ଥାର ଏକ ସ୍କର୍ପିଓ ବାଇକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍ଥାନୀୟ ଆନନ୍ଦ ନଗରର ବିରଞ୍ଚି ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ସୁବାଷ ବାରିକ ଗୁରୁତର ହୋଇ କଟକରେ ଚିକିତ୍ସା ହେଉଛନ୍ତି । ଫଳରେ ମୃତକ ପରିବାରକୁ ୫ ଲକ୍ଷ ଟଙ୍କା ଓ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ଠିକା ସଂସ୍ଥା ବହନ କରୁ ବୋଲି ଲୋକମାନେ ଅଡି ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.