ମର୍ମନ୍ତୁଦ ସଡକ ଦୁର୍ଘଟଣା: ରାସ୍ତା ମଝିରେ ଆଖି ବୁଜିଲେ ବାଇକ୍ ଚାଳକ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | February 21, 2021 IST

ଅନୁଗୋଳ୨୧/୨: ସଡକ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଅନୁଗୁଳ ରନ୍ତଲେଇ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବାଇକ୍‌କୁ ଧକ୍କା ଦେଲା ବସ। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ୨୭ ବର୍ଷୀୟ ଗାଗୁଲ ନାଏକ ଏବଂ ଗୁରୁତର ଜଣଙ୍କ ହେଲେ ସୁକୁରୁ ନାଏକ।  ସୁକୁରାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ୫୫ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.