ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ: ଚାରା ଗଛରେ ପାଣି ଦେବା ବେଳେ ଟ୍ୟାଙ୍କର ଉପରେ ମାଡିଗଲା ଟ୍ରାକ୍ଟର

Published By : Prameya-News7 Bureau | December 29, 2020 IST

ଆଠମଲ୍ଲିକ୨୯/୧୨: ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ। ଆଠମଲ୍ଲିକ ଧଣ୍ଡାତେପା ରେଞ୍ଜର ଆଲେଖପୁର ବାସୁଦେବପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡରେ ଲଗାଯାଇଥିବା ଚାରା ଗଛରେ ପାଣି ଦେବା ବେଳେ ଦିଆ ଟ୍ୟାଙ୍କର ଉପରେ ମାଡି ଟ୍ରାକ୍ଟରଟି ମାଡି ଯାଇଥିଲା।ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ବାବୁନି ବେହେରାଙ୍କ ମୃତ୍ୟୁ ହୋଇଛି। ଠାକୁରଗଡ଼ ଥାନା ରାଣିବନ୍ଦ ଅଞ୍ଚଳରେ ମୃତ ବାବୁନିଙ୍କ ଘର।

 ଧଣ୍ଡାତେପା ରେଞ୍ଜ ରାହାଶ ସାହୁ କହିବା ମୁତାବକ, ଗଛରେ ପାଣି ଦେବା ଲାଗି ଗୋଟିଏ ଟ୍ରାକ୍ଟର ଭଡାରେ ଆଣିଥିଲେ। ଡ୍ରାଇଭର ଭାବେ ବାବୁନି ବେହେରାଙ୍କୁ ରଖିଥିଲେ।ଦୁର୍ଘଟଣା କିପରି ହେଲା, ସେ ସଂପର୍କରେ ଜାଣିନଥିବା ରାହାଶ ସାହୁ କହିଛନ୍ତି। ଖବର ପାଇ ଠାକୁରଗଡ଼ ପୋଲିସ ଆଠମଲ୍ଲିକ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.