Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ: ରାସ୍ତା ସମ୍ପ୍ରସାରଣ ପାଇଁ ଚାଲିଥିଲା କାମ, ନଥିଲା ସତର୍କ ସୂଚନାର ଚିହ୍ନ

13/10/2020 at 8:51 PM

ପାଟଣା୧୩/୧୦: ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ଗ୍ରାମର ଅଭିଜିତ ମହାନ୍ତ, ଅଭିଜିତ କେନ୍ଦୁଝରରୁ ନିଜ ଘରକୁ ଫେରୁଥିବା ବେଳେ ଝାରବେଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ତେବେ ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ସମ୍ପ୍ରସାରଣ କାର୍ଯ୍ୟ ମୋଣ୍ଟେକାର୍ଲ ନାମକ ଏକ ସଂସ୍ଥା ଏହି ସମ୍ପ୍ରସାରଣ କାର୍ଯ୍ୟ କରୁଛି। ରାସ୍ତା ନିର୍ମାଣରେ ବ୍ୟାପକ ତ୍ରୁଟି ଓ ରାସ୍ତା କଡରେ ମାଟିଗଦା କରି ରଖିଥିବାରୁ ଏ ପରି ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ରାସ୍ତାରେ ସତର୍କ ସୂଚନା ଲଗାଇବାକୁ ଦାବି ହୋଇଛି।

   Related Posts