ବାଇକ୍‌ ପଛପଟୁ ପିଟିଲା ଆମ୍ବୁଲାନ୍ସ: କୁନି ଝିଅ ସହ ଆଖି ବୁଜିଲେ ବାପା-ମାଆ

Published By : Prameya-News7 Bureau | September 25, 2020 IST

ଯାଜପୁର୨୫/୯: ବାଇକ୍‌ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଲିଗଲା ୩ ଜଣଙ୍କ ଜୀବନ। ଯାଜପୁର ଧର୍ମଶାଳା ଥାନା୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ଝିଅର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବାଇକରେ ଚଣ୍ଡିଖୋଲକୁ ଆସୁଥିବା ବେଳେ ପଛପଟୁ ଅର୍ଥାତ ଭଦ୍ରକରୁ କଟକ ଅଭିମୁଖେ ଆସୁଥିବା ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ରେ ଥିବା ଛୋଟ ଝିଅ ସମେତ ବାପା-ମାଆଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ରାସ୍ତା ଉପରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ରାସ୍ତାରେ ଜମା ହୋଇ ରହିଛନ୍ତି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ଏବଂ ଚଣ୍ଡିଖୋଲ ଅଗ୍ନୀଶମ ବିଭାଗର କର୍ମଚାରୀ ପହଁଞ୍ଚିଛନ୍ତି। ମୃତକ ହେଲେ ସଙ୍କର୍ଶନ ସାହୁ, ମାମିନା ସାହୁ ଏବଂ ସମ୍ପୂର୍ଣ୍ଣ ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.