ଯାତ୍ରା ଦେଖିବାକୁ ଯିବା ହେଲା କାଳ, ଜଳିଗଲା ବୋଲେରୋ, ଚାଲିଗଲା ଜୀବନ

Published By : Prameya-News7 Bureau | October 23, 2021 IST

ଯାଜପୁର, ୨୩/୧୦: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଗରାମିଆଁ ନିକଟ ରେଙ୍ଗାଲି କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା ଘଟିଛି।‌ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଏକ ବୋଲେରୋ ଓଲଟି ପଡ଼ିଛି । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

wp:html https://youtu.be/1whd732Ys5A /wp:html

ମୃତ ବ୍ୟକ୍ତି ଜଣକ ସ୍ଥାନୀୟ କରଡାଗଡିଆ ଗ୍ରାମର ଶ୍ୟାମା ମୁଣ୍ଡା ବୋଲି ଜଣାପଡିଛି। କରଡାଗଡିଆ ଗ୍ରାମରୁ ଏମାନେ କିଳିଆପାଣି ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ସେପଟେ ଦୁର୍ଘଟଣା ପରେ ଗାଡ଼ିଟି ସମ୍ପୁର୍ଣ୍ଣ ଜଳିଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.