ପୁଣି ତପ୍ତପାଣି ଘାଟିରୁ ଖସିଲା ଟ୍ରକ: ହେଲପର୍ ମୃତ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | November 22, 2020 IST

ସାନଖେମୁଣ୍ଡି୨୨/୧୧: ପୁଣି ତପ୍ତପାଣି ଘାଟିରୁ ଖସିଲା ଟ୍ରକ। ଏହି ଦୁର୍ଘଟଣାରେ ହେଲପର ମୃତ ଏବଂ ଡ୍ରାଇଭର ଗୁରୁତର। କାଳିବୋରେଇ ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଗଜପତିରୁ ଗଞ୍ଜାମ ଆସୁଥିବା ମକା ବୋଝେଇ ଟ୍ରକ ଆସୁଥିଲା। ଟ୍ରକଟି  ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା।ସ୍ଥାନୀୟ ଲୋକଙ୍କ ଦ୍ବାରା ଡ୍ରାଇଭର ଏବଂ ହେଲପର ଉଦ୍ଧାର ହୋଇଥିଲେ। ଉଦ୍ଧାର ପରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.