୨ଟି ଅଟୋ ମୁହାଁମୁହିଁ ଧକ୍କା: ୨ ଯାତ୍ରୀ ଗୁରୁତର, ୮ ଆହତ
24/12/2020 at 8:04 PM

ସୁନ୍ଦରଗଡ଼୨୪/୧୨: ୨ଟି ଅଟୋ ମୁହାଁମୁହିଁ। ସୁନ୍ଦରଗଡ଼ ହାତିବାରି ଥାନା କବି ବସ୍ତି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନୂଆଗାଁରୁ ବୀରମିତ୍ରପୁର ଅଭିମୁଖେ ଯାଉଥିଲା। ଠିକ ସେହି ସମୟରେ ବିପରୀତ ଦିଗରେ ଆସୁଥିବା ଆଉ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣାରେ ଉଭୟ ଅଟୋରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଥିଲେ। ୨ଟି ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
Related Posts
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
20 January 2021
ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ
20 January 2021