ଓଲଟିଲା ଧାନ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ସାଇକେଲ ଚାଳକ

Published By : Prameya-News7 Bureau | January 18, 2021 IST

ପାଟଣା୧୮/୧: ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ପିକ୍‌ଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ସାଇକେଲ ଚାଳକ।  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଫିସ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାଇକେଲ ଆରୋହୀ ଓ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣାରେ ସାଇକେଲଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି।

ସୂଚନା ଅନୁଯାୟୀ ସୋମବାର କୁଆପଶି ଗ୍ରାମର ଚାଷୀମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଭଡାରେ ପିକଅପ ଭ୍ୟାନରେ ଧାନ ବୋଝେଇ କରି ପାଟଣା ଧାନ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆଣୁଥିବା ବେଳେ ବ୍ଲକ ଅଫିସ୍ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଧାନ ବସ୍ତା ଗୁଡିକ ପଡି ରହିଥିଲା ଫଳରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ  ହୋଇଥିଲା। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.