ପାରାଦୀପ ୨୬।୧୧: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଟ୍ରେନ୍ ସହିତ ଧକ୍କା ହେଲା ହାଇଓ୍ବା। ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର।
{"id":189898,"sizeSlug":"large"}ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ପରିବହନ କାର୍ଯ୍ୟ ଚାଲୁଥିବା ସମୟରେ ମାଲ ବୋଝେଇ ହାଇହ୍ବା କୌଣସି କାରଣରୁ ଟ୍ରେନ୍ ସହିତ ଧକ୍କା ହୋଇଯାଇଛି। ଦୁର୍ଘଟଣାରେ ହାଇଓ୍ବାର ମୁହଁ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡିଛି । ହାଇହ୍ବାଟି ଲାଇମ୍ ଷ୍ଟୋନ୍ ପଣ୍ୟ ପରିବହନ କରୁଥିବା ଜଣାପଡିଛି।