ତେଲ ଟ୍ୟାଙ୍କର ସହ ସାମ୍ନା ସାମ୍ନି ଧକ୍କା ହେଲା ବାଇକ୍‌, ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | July 12, 2021 IST

କଟକ, ୧୨/୦୭: ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆଠଗଡ଼ ଅନ୍ତର୍ଗତ କୁଲାଇଲୋ ଠାରେ ପେଟ୍ରୋଲ ଟ୍ୟାଙ୍କର ସହିତ ଏକ ବାଇକ୍‌ର ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ବାଇକଟି ଜଳିଯିବା ସହ ବାଇକ ଚଳାଉଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆଠଗଡ ପଟରୁ ତେଲ ଟ୍ୟାଙ୍କରଟି ଯାଉଥିବା ବେଳେ ଖୁଣ୍ଟୁଣୀ ପଟରୁ ବାଇକ୍‌ଟି ଆସି ସାମ୍ନାପଟୁ ଟ୍ରକରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଦୁଇଜଣ ଖୁଣ୍ଟୁଣୀ ଅଞ୍ଚଳର ହୋଇଥିବା ବେଳେ ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.