କେନ୍ଦ୍ରାପଡ଼ା ଏବଂ ଚୈାଦ୍ବାରରେ ଦୁର୍ଘଟଣା : ଜଣେ ମୃତ ଏବଂ ୧୩ଜଣ ଆହତ
1/04/2019 at 12:32 PM

ଟାଟା ଏସି କୁ ପଛପଟୁ ଧକ୍କା ଦେଇଛି ଆଇରନ ବୋଝେଇ ଟ୍ରକ। ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। NH-୫(କ) ଟିକରପଙ୍ଗା ଛକରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ଟିକରପଙ୍ଗା ଗାଁର ଗୋଲକ ମହାନ୍ତି।କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ରାସ୍ତାରୋକ କରାଯାଇଛି।

ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଛି ଟ୍ରକ। NH-୫୫ର ମଙ୍ଗୁଳି ହାଇ ଲେବଲ୍ କେନାଲରେ ଦୁର୍ଘଟଣା ଘଟିଛି। ଏହି ଡାଲି ବୋଝେଇ ଟ୍ରକଟି ପୋଲ ଉପରୁ ଖସିପଡ଼ିଛି। ଘଟଣାସ୍ଥଳରେ ୩ ଜଣ ଗୁରୁତର ହୋଇଛନ୍ତି।ଆହତଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଟ୍ରକଟି ଅନୁଗୋଳରୁ ପାରାଦୀପ ଯାଉଥିଲା।

Related Posts
ଅବହେଳା ପାଇଁ ଚାଲିଗଲା ଜୀବନ, ଛାତରୁ ପଡି ଶ୍ରମିକ ମୃତ
28 January 2021