ବାଇକ୍‌କୁ ଧକ୍କା ଦେଲା ପିକ୍‌ ଅପ୍‌ ଭ୍ୟାନ - ମାଆ ଓ ପୁଅ ମୃତ, ୨ ବର୍ଷର ଶିଶୁ ଗୁରୁତର

Published By : Prameya-News7 Bureau | January 27, 2020 IST

ଜଳେଶ୍ୱର ୨୭।୦୧ - ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ବାଇକ୍‌କୁ ଦ୍ରୁତ ଗତିରେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଛି । ବାଇକ୍‌ରେ ଯାତ୍ରା କରୁଥିବା ମାଆ ପୁଅ ରାସ୍ତାକୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ବର୍ଷର ଶିଶୁ ଗୁରୁତର ହୋଇଛି।

ଗୁରୁତର ଶିଶୁକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.