Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ପଞ୍ଜାବ ବାଟଲାରେ ଦଶହରା ରାବଣ ପୋଡ଼ିରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ବିଧାୟକ

25/10/2020 at 8:32 PM

ବାଟଲା ୨୫।୧୦: କୋଭିଡ-୧୯ କଟକଣା ସତ୍ତ୍ୱେ ଦେଶରେ ଦଶହରା ଜାକଜମକରେ ପାଳନ ହେବା ସହ କେତେକ ସ୍ଥାନରେ ଲୋକେ ବିଜୟାଦଶମୀରେ ରାବଣ ପୋଡ଼ି ମଧ୍ୟ କରିଛନ୍ତି। ଏହି କ୍ରମରେ ପଞ୍ଜାବ ବାଟଲା ସହରରେ ରବିବାର ବିଜୟାଦଶମୀ ରାବଣ ପୋଡ଼ି ବେଳେ ଅଘଟଣ ଘଟିଛି। ସ୍ଥାନୀୟ ବିଧାୟକ ଅଶ୍ୱିନୀ ସେଖଡୀ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବା ମାତ୍ରେ ସେଥିରେ ବିସ୍ଫୋରଣ ହୋଇଛି।

ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ। ସେହିପରି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ବିଧାୟକ ଅଶ୍ୱିନୀ ସେଖଡୀ ମଧ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ବିସ୍ଫୋରଣ ହେବା ଯୋଗୁ ରାବଣପୋଡ଼ି ଦେଖିବାକୁ ଜମା ହୋଇଥିବା ଲୋକଙ୍କ ମଧ୍ୟରେ ଦଉଡଧାପଡା ହୋଇଥିଲା। ଯିଏ ଯାହା ବାଟରେ ଦୌଡ ପଳାଇ ପ୍ରାଣ ରକ୍ଷା କରିବାକୁ ଉଦ୍ୟମ କରିଥିଲେ।

ରାବଣ ପ୍ରତିକୃତିରେ ଖଞ୍ଜା ଯାଇଥିବା ଆତସବାଜୀ ଏକକାଳୀନ ବିସ୍ଫୋରଣ ହେବାରୁ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ରାବଣରେ ଏତେ ପରିମାଣରେ ଆତସବାଜୀ ଲଗାଯାଇଥିଲା ଯେ ଯାହା ବିସ୍ଫୋରଣ ହେବାମାତ୍ରେ ଭୟାନକ ଶବ୍ଦ କରିବା ସହ ଦେଖୁ ଦେଖୁ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ଭିଷଣ ବିସ୍ଫୋରଣରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

   Related Posts