Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଧାମରା ବନ୍ଦରରେ ଦୁର୍ଘଟଣା, ଜଣଙ୍କର ମୃତ୍ୟୁ, ୨ ଆହତ

7/12/2021 at 8:36 PM

ଧାମରା, ୦୭/୧୨: ଧାମରା ବନ୍ଦରରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଟେକ୍ ଅଫ ମେସିନରୁ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଚାନ୍ଦବାଲି, ଧାମରା ବନ୍ଦର ମଧ୍ୟରେ ୨ ଜଣ ଠିକା ଶ୍ରମିକ ମୃତ୍ୟ ମୁଖରୁ ବଞ୍ଚି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଜି ସଂଧ୍ୟା ସମୟରେ ପ୍ରିୟଙ୍କା ଇଞିନିୟରିଂ ଠିକା ସଂସ୍ଥାରେ କାର୍ଯ୍ୟରତ ଧାମରା କାଳିନାଳୀ ଗ୍ରାମର କହ୍ନେଇଲାଲ ମାଇତି(32), ଚନ୍ଦନୀପାଳ ଗ୍ରାମର ନୟନମଣୀ ଦିନ୍ଦା(30) ଧାମରା ବନ୍ଦର (ଆଦାନୀ) ମଧ୍ୟରେ ଟେକ୍ ଅଫ ମେସିନରେ କାର୍ଯ୍ୟକରୁଥିବା ସମୟରେ ଏହି ମେସିନର ତାର ଛିଡିଯାଇଥିଲା।

ଫଳରେ ୩୦ ମିଟର ଉଚ୍ଚରେ କାର୍ଯ୍ୟ କରୁଥିବା ସମୟରେ ସଂପୃକ୍ତ ୨ଜଣ ବ୍ୟକ୍ତି ଉପରୁ ଖସି ପଡିଥିଲେ। ସେମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାରିତ କରାଯାଇଥଲା । କହ୍ନେଇଲାଲ ମାଇତି ମୃତ୍ୟୁ ବରଣ କରିଥିବା ବେଳେ ନୟନମଣୀ ଦିନ୍ଦା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

   Related Posts