ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 08, 2020 IST

ଦେବଗଡ୮/୧୧: ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ନିକଟରେ୪୯ ନମ୍ବର ଜାତୀୟ ରାଜ ପଥରେ ମଟର ସାଇକଲ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ତିଲେଇବଣୀ ଅଞ୍ଚଳର ସନମ ନାଥ। ସେ ତାଙ୍କର ଜଣେ ସାଙ୍ଗ ସହ ମଟରସାଇକଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସନମଙ୍କ ମୃତ୍ୟୁ ଘଟିଛି । ମୃତ ସନମ ଦେବଗଡ ନବୋଦୟ ସ୍କୁଲରେ କାର୍ଯ୍ୟରତ ଥିଲେ। ଦେବଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.