୨ଟି ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର
30/12/2020 at 9:34 PM

ଦେବଗଡ଼୩୦/୧୨: ୨ଟି ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଏବଂ ଜଣେ ଗୁରୁତର। ଦେବଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଲକାତା ଅଭିମୁଖେ ଯାଉଥିବା ଏକ କମଳା ବୋଝେଇ ଟ୍ରକ୍ ସହ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। ଯାହାଫଳରେ କୋଲକାତା-ମୁମ୍ବାଇ ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏଥିସହ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ।