ନିଆଁ ପୋଉଁଥିବା ବେଳେ ମାଡିଗଲା ଗାଡି, ଗୁୁରୁତର ଅବସ୍ଥାରେ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି
28/12/2020 at 10:55 PM

ଦେବଗଡ଼୨୮/୧୨: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଳକୁଦର ଗ୍ରାମରେ ସଡକ ଦୁର୍ଘଟଣା ଯୋଗୁଁ ଛଅ ଜଣ ଯୁବକ ଗୁରୁତର ହୋଇଛନ୍ତି । ଆହତ ସମସ୍ତେ ପାଳକୁଦର ଗ୍ରାମର ହୋଇଥିବା ବେଳେ ରାସ୍ତା କଡରେ ନିଆଁ ଜଳାଇ ପୋଉଁଥିବା ବେଳେ ରାସ୍ତାରେ ଯାଉଥିବା ଏକ ବୋଲେରୋ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଛଅ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନେ ହେଲେ ପ୍ରତାପ ବାଗ, ପ୍ରକାଶ ବାଗ, ଦିଲ୍ଲୀପ ଭଇଁଷା, ପରୀକ୍ଷିତ ବାଗ, ଅରୁଣ ବାଗ ଓ ଉମେଶ ବାଗ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ବରଯାତ୍ରୀ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଡ୍ରାଇଭର୍ ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଛି।