ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୫ ଆହତ

Published By : Prameya-News7 Bureau | January 29, 2021 IST

ବୌଦ୍ଧ୨୯/୧: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ। ଏହି ବସରେ ୩୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡା ମେହେରୁଣୀ ନାଲ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ମିଳିଥିବା ସୂଚନା ମୁତାବକ, କଟକରୁ ରାୟପୁର ଅଭିମୁଖେ ବସଟି ଯିବା ବେଳେ ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଡାକ୍ତରଖାନାରେ ଆହତମାନଙ୍କ ଚିକିତ୍ସା କରାଯାଇଛି। ଘଟଣାସ୍ଥଳରେ ମନମୁଣ୍ଡା ପଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.