ଯାଇଥିଲେ ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ, ହେଲେ ବାଟରେ ଚାଲିଗଲା ଜୀବନ

Published By : Prameya-News7 Bureau | April 29, 2021 IST

ବଲାଙ୍ଗୀର, ୨୯/୦୪: ବାଇକୁ ପିଟିଲା ବାଇକ । ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ଛତାମଖନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି ।

ଆହାତମାନଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲୋଇସିଂହା ବ୍ଲକ ଗୋପାଳପୁର ଗ୍ରାମର ମକାରୁ ଭୋଇ । ମକାରୁଙ୍କ ସହ ବାଇକରେ ଥିବା ଗଜେନ୍ଦ୍ର ଭୋଇ ମଧ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଏକ ବାଇକରେ ଥିବା  ବଲାଙ୍ଗୀର ସହରର ପାରସ ଡ଼ାଙ୍ଗ, ଜଗଜ୍ୟୋତି ଯୋଶୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ମକାରୁ ସମ୍ପର୍କୀୟ ଗଜେନ୍ଦ୍ରଙ୍କୁ ସାଙ୍ଗରେ ଧରି ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.