ବାଲି ବୋଝେଇ ହାଇୱାକୁ ପଛରୁ ପିଟିଲା ଦ୍ରୁତଗାମୀ କାର, ଦୁର୍ଘଟଣାସ୍ଥଳରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Published By : Prameya-News7 Bureau | January 23, 2022 IST

ଭଦ୍ରକ, ୨୩/୦୧: ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ବାରିକପୁର ଛକ ନିକଟ କାଲିତ୍ରା ମନ୍ଦିର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଭୁବେନେଶ୍ୱର ଆଡୁ ସୋରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ବାରୀକପୁର କାଳିତ୍ରା ମନ୍ଦିର ଛକ ନିକଟରେ ପୂର୍ବରୁ ବାଲି ବୋଝେଇ ହାଇୱା ଟ୍ରକ ଛିଡ଼ା ହୋଇଥିଲା । ଏହି ସମୟରେ ଭାରସ୍ୟମ ହରାଇ ଏହି ହାଇୱା ଟ୍ରକକୁ ପଛ ଆଡୁ କାରଟି ଧକ୍କା ଦେଇଛି । କାର ଭିତରେ ବସିଥିବା ମନୋଜ ଗୁପ୍ତା ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବବିତା ଗୁପ୍ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ କାରଟି ଚୁରମାର ହୋଇଯାଇଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.