ସ୍କୁଟି ଉପରେ ମାଡିଗଲା ଟ୍ରକ, ଚାଲିଗଲା ମାଆ-ଝିଅଙ୍କ ଜୀବନ

Published By : Prameya-News7 Bureau | January 14, 2021 IST

ଭବାନୀପାଟଣା୧୪/୧: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଆ-ଝିଅଙ୍କ ମୃତ୍ୟୁ ହୋଇଛି। ମାଆ-ଝିଅ ଦୁଇଜଣ ସ୍କୁଟିରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭବାନୀପାଟଣା-ଜୁନାଗଡ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଛନ୍ତି। ଏପରି କି ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ମୃତ ୨ଜଣଙ୍କ ପରିଚୟ ମିଳି ପାରି ନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.