Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ଡାକ୍ତରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଆଖି ବୁଜିଲେ ମାଆ-ଝିଅ

15/01/2021 at 2:21 PM


ବେଙ୍ଗାଲୁରୁ୧୫/୦୧: ବେଙ୍ଗାଲୁରୁର ଧରୱାଡି ଜିଲ୍ଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଡାକ୍ତର ଅଛନ୍ତି । ଏଥିରେ ସମୁଦାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୯ ଜଣ ଆହାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ହୁବାଳିରେ ଥିବା କର୍ଣ୍ଣାଟକ ଇନଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା

କରାଯାଉଛିଦୁର୍ଘଟଣାର ସମସ୍ତ ବ୍ୟକ୍ତି ଦେବନାଗରେ ଜାଲ୍ଲାର ଏକ ୱେମେନ୍ସ କ୍ଲବର ସଦସ୍ୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସମସ୍ତେ ପାର୍ଟି କରିବା ପାଇଁ ଗୋଆ ଯାଉଥିଲେ। ଏହି ସମୟରେ ସେମାନଙ୍କ ଟ୍ରାଭେଲର ବିପରୀତ ପଟୁ ଆସୁଥିବା ଏକ ଟିପ୍ପର ବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।ଗୋଆକୁ ସଂଯୋଗ କରୁଥିବା ଇଟ୍ଟିଗାଟ୍ଟି ଗାଁର ବାଇପାସ୍ ରାସ୍ତା ନିକଟରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା ।


ତେବେ ମୃତକମାନେ ଦେବନଗରରୀର ଏମ୍ସିସି ଏ ଏବଂ ଏମ୍ସିସି ବି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସେମାନେ ସମସ୍ତେ ଗୋଟିଏ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ରାତିରେ ଗୋଆରେ ଏକ ଛୋଟ ପାର୍ଟି କରିବା ପାଇଁ ସେମାନେ ସମସ୍ତେ ଘରୁ ବାହାରି ଥିଲେ। କିନ୍ତୁ ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ।


ମୃତକମାନଙ୍କ ନାମ ପ୍ରବୀଣ, ଆଶା, ମୀରାବାଇ, ପରାନ୍ଜ୍ୟୋତି, ରାଜେଶ୍ୱରି, ସକୁନ୍ତଳା, ଉଷା, ବେଦ୍, ଭୀଣା, ମଞ୍ଜୁଳା, ନିର୍ମଳା, ପ୍ରିତୀ ଏବଂ ସ୍ୱାତୀ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ମା ଏବଂ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୂର୍ବତନ ବିଧାୟକଙ୍କ ବୋହୁଙ୍କର ମୃତ୍ୟୁ ହୋଇଛି

   Related Posts