କନ୍ଧମାଳ ୧୨/୩ : କନ୍ଧମାଳଜିଲ୍ଲା ବାଲିଗୁଡା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡା ଗାଁ ଉଲିପଦର ସେବାଶ୍ରମ ନିକଟରେ ବାଇକ୍ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଅଛନ୍ତି | ଭାରସାମ୍ୟ ହରାଇ ଜଣଙ୍କୁ ଧକ୍କା ଦେଇ ଗଛରେ ପିଟି ହୋଇଥିଲା ବାଇକ | ମୃତ ଶ୍ରମିକ ହେଲେ ଝିଞ୍ଜିରିଗୁଡା ଗାଁର କୈଳାଶ ପୂଜାରୀ ଏବଂ ଗୁଡିକିଆ ଗାଁର ଟାର୍ଜନ ବଳିୟାର ସିଂ। କୈଳାଶ ଜଣେ ଦିନ ମଜୁରୀଆ | ସେ କାମ ସାରି ବ୍ରାହ୍ମଣୀ ଗାଁରୁ ନିଜ ଗାଁକୁ ଫେରୁଥିବା ସମୟରେ ବାଇକ୍ ଦୃତ ଗତିରେ ଆସି କୈଳାଶକୁ ଧକ୍କା ଦେଲା ଏବଂ ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟି ହେବାରୁ ବାଇକ୍ ଆରୋହି ଟାର୍ଜନ ବଳିୟାରସିଂଙ୍କ ମୃତ୍ୟୁ ହୋଇଛି |
{"id":92727}ବାଇକରେ ବସିଥିବା ଅନ୍ୟ ଦୁଇ ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା କ୍ଷତି ପୂରଣ ଦାବି କରି ମୃତ ଶ୍ରମିକଙ୍କ ଶବରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ପରେ ପୋଲିସ ପହଞ୍ଚି ଶବକୁ ଜବତ କରି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା ପରେ ବିଳମ୍ବିତ ରାତିରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି ।