ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ, ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ଟ୍ରାନ୍ସଫର୍ମର ଭାଙ୍ଗିଲା ହାଇଓ୍ବା

Published By : Prameya-News7 Bureau | March 03, 2020 IST

ଆଠଗଡ ୩।୩: ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ । ଇଲେକ୍ଟ୍ରି ଖୁଣ୍ଟ ଧକ୍କା ଦେଇ ଟ୍ରାନ୍ସଫର୍ମରକୁ ଭାଙ୍ଗିବା ସହିତ ୪ଟି ଇଲେକ୍ଟ୍ରି ଖୁଣ୍ଟ ମଧ୍ୟ ଭାଙ୍ଗି ଦେଇଛି ହାଇଓ୍ବା ଟ୍ରକ୍ । ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର ଶବର ସାହି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ଖୁଣ୍ଟ ରାସ୍ତା ପଡ଼ି ରହିଛି । ଫଳରେ କଦଳୀ ବାଡି ଓ ମାଳବିହାରପୁରକୁ ସଂଯୋଗ କରୁଥିବା ଦଶମାଣ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

{"id":231996,"sizeSlug":"large"}

ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି । ଓସ୍ତିଆ ବାଲିଘାଟରୁ ପ୍ରତିଦିନ ଶହ ଶହ ଟ୍ରକ୍ ବାଲି ଏହି ରାସ୍ତାରେ ଚୋରା ଚାଲାଣ ହେଉଥିବା ଯୋଗୁଁ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.