Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ମଦ ପାଇଁ ଦୁର୍ଘଟଣା ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ

27/10/2019 at 9:45 PM

ସୋର ୨୭।୧୦ -ବାପ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ନେଇ ସାଙ୍ଗରେ ଘରକୁ ଫେରୁଥିବା ବେଳେ ବ୍ରିଜ ଉପରୁ ଖସି ପୁଅ ନିଖୋଜ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସୋର ଥାନା ଅଧିନ ମଧୁସୁଦନପୁର ପଞ୍ଚାୟତ ଅଗିରା ଗ୍ରାମରେ ।

ସୂଚନା ମୁତାବକ ଗ୍ରାମର ଅଇରୀ ମୁଣ୍ଡା ଏବଂ ତାଙ୍କ ପାଞ୍ଚ ବର୍ଷର ଶିଶୁପତ୍ର ବାପୁନ ମୁଣ୍ଡା ବଜାରରୁ ବାଣ କିଣି ନିକଟସ୍ଥ ଦେଶୀ ମଦ ଦୋକାନରୁ ମଦ ପିଇ ଘରକୁ  ଫେରୁଥିବା ବେଳେ ରାସ୍ତାରେ ଏକ ବ୍ରିଜ ଉପରୁ ନିଜର ଭାରସାମ୍ୟ ହରାଇ ଉଭୟ ବାପ ପୁଅ ତଳକୁ ଖସିପଡିଥିଲେ। ସୌଭାଗ୍ୟ ବଶତଋ ବାପକୁ ଗ୍ରାମବାସୀ ଉଦ୍ଧାର କରିଥିଲା ବେଳେ ପୁଅ ନିଖୋଜ ହୋଇଯାଇଥିାଲ। ଘଟଣା ସ୍ଥଳରେ ସୋର ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା କୌଣସି ଠିକଣା ମିଳିପାରିନି। ଅନ୍ୟ ପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ବେଆଇନ ମଦ ଦୋକାନକୁ ନିଆଁ ଲଗାଇ ଜାଳି ଦେଇଛନ୍ତି।

   Related Posts