ଫିଲ୍ମ ସୁଟିଂ ସମୟରେ ଦୁର୍ଘଟଣା : ସିନେମା ଫଟୋଗ୍ରାଫରଙ୍କ ମୃତ୍ୟୁ, ଟ୍ୱିଟ୍ କରି ଦୁଃଖ ଜଣାଇଲେ ପ୍ରିୟଙ୍କା

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: ନିକଟରେ ସିନେମାଟୋଗ୍ରାଫର ହେଲେନା ହଚିନ୍ସଙ୍କ ଫିଲ୍ମର ସୁଟିଂ ସମୟରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ନିର୍ଦ୍ଦେଶକ ଜୁଏଲ ସୋଜା ଆହତ ହୋଇଥିଲେ। ଯିଏକି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଫିଲ୍ମ 'ରଷ୍ଟ'ର ସେଟରେ ଘଟିଥିବା ଘଟଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦୁଃଖି କରିଦେଇଛି।

wp:html /wp:html

ସିନେମାଟୋଗ୍ରାଫର ହେଲେନା ହଚିନ୍ସଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି ସେ ଟ୍ୱିଟରରେ ଲେଖିଛନ୍ତି- 'ମୁଁ ପୁରା ଆଶ୍ଚର୍ଯ୍ୟ। ମୁଁ କଳ୍ପନା କରିପାରୁ ନାହିଁ ଯେ ଏହି ଦୁଃଖଦ ଘଟଣାରେ ଜଡିତ ସମସ୍ତ ଲୋକ କ’ଣ ଅନୁଭବ କରୁଥିବେ, ଏଥିପାଇଁ କୌଣସି ଶବ୍ଦ ନାହିଁ। କୌଣସି ଫିଲ୍ମର ସେଟରେ କାହାର ଜୀବନ ଯିବା ଉଚିତ୍ ନୁହେଁ। ହେଲିନା ହଚିନ୍ସଙ୍କ ପରିବାର ଏବଂ ତାଙ୍କୁ ଜାଣିଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଦୁଃଖିତ।"

ସେହିପରି ଆଲେକ୍ ବଲଡୱିନ୍ ମଧ୍ୟ ଟ୍ୱିଟରରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି- “ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖ ପ୍ରକାଶ କରିବା ପାଇଁ କୌଣସି ଶବ୍ଦ ନାହିଁ। ମୁଁ ପୋଲିସର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.