Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କାଶୀବିଶ୍ୱନାଥ କରିଡର କାମ ବେଳେ ବଡ ଅଘଟଣ, ମହନ୍ତଙ୍କ ଘର ଉପରେ ଧସିପଡିଲା କାନ୍ଥ

22/01/2020 at 10:25 PM

କାଶୀ ୨୨।୧:  କାଶୀ ବିଶ୍ୱନାଥ ଟେମ୍ପୁଲ କରିଡର ନିର୍ମାଣ ଲାଗି କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ବଡ ଦୁର୍ଘଟଣା ଘଟିଛି। ଏଥିରେ ମନ୍ଦିର ସଲଗ୍ନ ପୂର୍ବ ମହନ୍ତଙ୍କ ଘରକୁ ଲାଗି ଥିବା ଏକ ୪ ମହଲା କୋଠାର କାନ୍ଥ ଭୂଷୁଡି ପଡିଛି। ଫଳରେ  ମହନ୍ତଙ୍କ ଘରେ ଥିବା ୩୬୫ ବର୍ଷ ପ୍ରାଚୀନ ଠାକୁରଙ୍କ ରୂପା ସିଂହାସନ ସାଙ୍ଗକୁ ରୂପା ପାଲିଙ୍କି ଓ ଆଭୂଷଣ ଆଦି ପୋତି ହୋଇଯାଇଛି। ଏହି ପାଲିଙ୍କି ମହାଶିବରାତ୍ରୀ ଅବସରରେ ପାଳିତ ହେଉଥିବା ରଙ୍ଗଭରୀ ଏକାଦଶୀରେ ବ୍ୟବହାର ହୁଏ। 

କରିଡର କାମ ଲାଗି ଜେସିବି ଲଗାଇ ମନ୍ଦିର ସଲଗ୍ନ ବିଲ୍ଡିଂ ଭଙ୍ଗା ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ପୂର୍ବ ମହନ୍ତଙ୍କ ଘର କ୍ଷତିଗ୍ରସ୍ତ ହେବା ଯୋଗୁ ସପରିବାର ନିକଟସ୍ଥ ଏକ ଗେଷ୍ଟହାଉସରେ ଶରଣ ନେଇଛନ୍ତି। ସେପଟେ ଯଦି ତୁରନ୍ତ ଭଗ୍ନାବଶେଷ ତଳୁ ପ୍ରାଚୀନ ସିଂହାସନ ଓ ଠାକୁରଙ୍କ ପୂଜା ସାମଗ୍ରୀ ଉଦ୍ଧାର ଓ ତାଙ୍କ ଘର ମରାମତି ନ ହୁଏ ତେବେ ଜଳ ସମାଧି ନେବାକୁ ବାଧ୍ୟ ହେବେ ବୋଲି ଘୋଷଣା କରିଛନ୍ତି କାଶୀ ବିଶ୍ୱନାଥଙ୍କ ପୂର୍ବ ମହନ୍ତ କୂଳପତି ତିୱାରୀ ।

ତେବେ ପ୍ରଶାସନ ଠାକୁରଙ୍କ ରଜତ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରିଛନ୍ତି। ତେବେ ଠାକୁରଙ୍କ ରୂପା ପାଲିଙ୍କି ଓ ରୂପା ଦୋଳି ଏବେବି ଘରର ଭଗ୍ନାବଶେଷ ତଳେ ପୋତି ହୋଇ ରହିଛି। ଏହି ଦୁର୍ଘଟଣାରେ ମହନ୍ତଙ୍କ ପୁଅ ଓ ବୋହୂ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଥିବା ମହନ୍ତ କହିଛନ୍ତି। ତେବେ ଘଟଣା ଲାଗି ମହନ୍ତ କାହାରିକୁ ଦାୟି କରିନାହାନ୍ତି। ହେଲେ ଠାକୁରଙ୍କର ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କାର ଆଭୂଷଣ ଧ୍ୱଂସାବଶେଷ ତଳେ ପୋତି ହୋଇ ଯାଇଥିବା କହିଛନ୍ତି।   

   Related Posts