Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଥଟାମଜା କରିବା ବେଳେ ଆଖିରେ ପଶିଗଲା ବଲ୍ ପେନ୍ : ଦୃଷ୍ଟି ଶକ୍ତି ହରାଇପାରନ୍ତି ଦଶମ ଶ୍ରେଣୀ ଛାତ୍ର

12/12/2018 at 11:36 PM

କେନ୍ଦ୍ରାପଡା୧୨|୧୨: ଥଟାମଜାରୁ ଅଘଟଣ । ଦୃଷ୍ଟି ଶକ୍ତି ହରାଇପାରନ୍ତି ଦଶମ ଶ୍ରେଣୀ ଛାତ୍ର ଭକ୍ତ ରଂଜନ ଦାସ ।କେନ୍ଦ୍ରାପଡ଼ା ଡେରାବିଶ କିଜାମପଡ଼ା ଗାଁର ଭକ୍ତଙ୍କୁ ସ୍କୁଲର ସହପାଠୀମାନେ  ଥଟାମଜା କରିବା ବେଳେ ଆଖିରେ ପଶିଗଲା ବଲ୍ ପେନ୍ । ଅର୍ଥ ଅଭାବରୁ ଅଟକି ରହିଛି ଚିକିତ୍ସା । ସାମାନ୍ୟ  ଥଟାମଜା କେମିତି ଜୀବନକୁ ଅନ୍ଧାର କରିଦେବାକୁ ବସିଛି ଚାଲନ୍ତୁ ଦେଖିବା ।

ସ୍କୁଲରେ ସାଙ୍ଗସାଥୀଙ୍କ ଥଟା ମଜା କାଳ ହେଲା । ଦଶମ ଶ୍ରେଣୀ ଛାତ୍ର ଭକ୍ତ ରଂଜନ ଦାସ ହରାଇପାରନ୍ତି ଦୃଷ୍ଟି ଶକ୍ତି । କେନ୍ଦ୍ରାପଡ଼ା କିଜାମପଡ଼ା ଗାଁର ଭକ୍ତ ସ୍ଥାନୀୟ ବାଲିଆ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି । ଗତ ନଭେମ୍ବର ୧୫ରେ ସାଙ୍ଗମାନଙ୍କସହ ଶ୍ରେଣୀ ଗୃହରେ ବସି ବଲ୍ ପେନ୍ ଫୋପଡ଼ା ଫୋପଡ଼ି ଖେଳୁଥିଲେ । ହାଠାତ୍ ପେନ୍‌ଟି ଭକ୍ତଙ୍କ ଡାହାଣଆଖିରେ ପଶିଯାଇଥିଲା । ପରିବାର ଲୋକେ ଭକ୍ତଙ୍କୁ କଟକ ନେଇ ଚିକିତ୍ସା କରାଇଲେ । ୟା ଭିତରେ ଦୁଇ ଦୁଇଥର ଆଖିରେ ଅସ୍ତ୍ରୋପଚାର ସରିଲାଣି । ହେଲେ କିଛି ସୁଫଳ ମିଳିପାରିନି । ବରଂ ଆଖିରୁ ପୂଜ ବାହାରୁଛି।

ଭକ୍ତଙ୍କ ବାପା ବିଷ୍ଣୁ ଚରଣ ଦାସ ଜଣେ ଦିନ ମଜୁରିଆ । ମୂଲ ଲାଗିଲେ ପରିବାର ଚଳେ । ପୁଅର ଚିକିତ୍ସା ପାଇଁ ଧାର ଉଧାର କରି ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି ବିଷ୍ଣୁ । ଜିଲ୍ଲା ପ୍ରଶାସନର ସହାୟତା ମଧ୍ୟ ଲୋଡ଼ିଛନ୍ତି ପରିବାର ଲୋକେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଭକ୍ତ , ହେଲେ ଆଖି ସମସ୍ୟା ଯୋଗୁଁ ପରୀକ୍ଷା ଦେବା ନେଇ ଆଶଙ୍କା ଦେଖାଦେଇଛି ।

   Related Posts