ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ; ଡ୍ରାଇଭରଙ୍କ ସମେତ ୬ଜଣ ଗୁରୁତର

Published By : Prameya-News7 Bureau | December 14, 2018 IST

ଆଠଗଡ ୧୪|୧୨: ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣୀ ଦୁର୍ଗା ବଜାରରେ ଟ୍ରକ୍ ଓ  ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଡ୍ରାଇଭରଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ଅନ୍ୟମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ଏକ ୧୪ ଚକିଆ ଟ୍ରକ୍ ଖୁଣ୍ଟୁଣୀରୁ ତାଳଚେର ଯାଉଥିବା ବେଳେ ନୂଆପଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ ‘ମଣିବାବା’ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଦୁର୍ଘଟଣାରେ ଡ୍ରାଇଭର ସମେତ ୬ ଜଣ ଗୁରୁତର ହୋଇ ଆଠଗଡ ଏବଂ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଫଳରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ଅଟକି ରହିଥିଲା । ଫଳରେ ଯାନବାହାନ ଚଳାଚଳ ବ୍ୟାହତ ଘଟିଥିଲା । ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.