ଅଜଣା ଗାଡି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

Published By : Prameya-News7 Bureau | October 09, 2020 IST

ତେଲକୋଇ,୦୯|୧୦: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଜଣା ଗାଡି ଧକ୍କାରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କାଳିଆପାଣି ଗ୍ରାମର ସୁଦର୍ଶନ ମହାକୁଡ଼(୩୮) ତାଙ୍କ ସ୍ତ୍ରୀ ଓ ୨ ପିଲାଙ୍କ ସହ ମୟୁରଭଞ୍ଜ ଜିଲ୍ଲା ଶଶୁର ଘରକୁ ବୁଲିବାକୁ ଆସିଥିଲେ ।ଶୁକ୍ରବାର ସେମାନେ ଶ୍ୱଶୂର ଘରୁ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ହରିଚନ୍ଦନପୁର ଥାନା ଖଡ଼ିବାହାଳି ଛକ ନିକଟରେ  ଏକ ଅଜଣା ଗାଡି ସୁଦର୍ଶନ ମହାକୁଡ ଓ ତାଙ୍କ ପରିବାର ଲୋକଙ୍କ ବାଇକକୁ ଧକ୍କା ଦେଇଥିଲା । ଏଥିରେ  ସୁଦର୍ଶନ ମହାକୁଡ଼(୩୭)ଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ଏହାସହ ତାଙ୍କ ସ୍ତ୍ରୀ ଏବଂ ପୁଅ ଗୁରୁତର ହୋଇଛନ୍ତି ।ଖବର ପାଇ ଆମ୍ବୁଲାନ୍ସ ପହଁଚି ଗୁରୁତର  ସ୍ତ୍ରୀ ରାଇମଣି ମହାକୁଡ଼ ଓ ସାନପୁଅ ଚିନ୍ମୟ ମହାକୁଡ଼ ସହିତ ଆହତଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ବଡପୁଅ ରାହୁଲ ମଧ୍ୟ ଆହତ ହୋଇ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.