ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର
13/06/2020 at 6:16 PM

ସୁନ୍ଦରଗଡ, ୧୩|୦୬: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଅଲେଇକେରା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।
ସୂଚନାନୁସାରେ, କୁଳବା ବାଙ୍କୀବାହାଲ ଗ୍ରାମର ତିନିଜଣ ଯୁବକ ବାଇକ ଯୋଗେ ସୁନ୍ଦରଗଡ ଅ।ସୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।
ସ୍ଥାନୀୟ ଲୋକେ ଗୁରୁତର ଜଣକୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ପଠେଇଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅ।ରମ୍ଭ କରିଛି ।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021