ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
8/08/2020 at 7:41 PM

ପାଟଣା, ୦୮|୦୮: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଶନିବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରକୁ ଖସି ପଡିଛି ।
ସୂଚନାନୁସାରେ, ଶନିବାର ସଂଧ୍ୟାରେ କେନ୍ଦୁଝରରୁ ତୁରୁମୁଙ୍ଗା ଆଡ଼କୁ ଆସୁଥିବା ଓଡି ୦୨ ବିଏଲ ୭୪୪୫ ନମ୍ବର ବିଶିଷ୍ଟ ଏକ ଧଳା କାର୍ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡିଛି । ତେବେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ୪୯ ନମ୍ବର ଜାତୀୟ ରାଜପଥର ଏବେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ କୌଣସି ସୂଚନା ଫଳକ ନାହିଁ । ତେଣୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।
Related Posts
ପୋଲିସ ବେଶରେ ଡକାୟତ : ଡକାୟତି ଉଦ୍ୟମ ପଣ୍ଡ, ୨ ଗିରଫ
6 March 2021