ବୁଲିବାକୁ ଯାଇଥିଲେ ପୁରୀ, ମଉଜ୍‌ ମସ୍ତି କରି ଫେରୁଥିଲେ, ହେଲେ ଗାଡ଼ିଟି ଭାରସାମ୍ୟ ହରାଇଲା, ତାପରେ...

Published By : Prameya-News7 Bureau | April 21, 2021 IST

ଆଠଗଡ଼, ୨୧/୦୪: କଟକ ଜିଲ୍ଲା ନରସିଂହପୁର କଲେଜ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ପାଞ୍ଚଜଣ ଆହତ ହୋଇଥିବା ଜଣାପଡ଼ିଛି । ଗାଡି ନମ୍ବର OD 02 AX 7371 ଗାଡିଟି ପୁରୀ ଅଭିମୁଖେ ବାହାରି ନରସିଂହପୁର ଫେରୁଥିବା ସମୟରେ ଅପରାହ୍ନ ୨ଟା ୪୫ମିନିଟ ସମୟରେ ଗାଡିଟି ଭାରସାମ୍ୟ ହରାଇ  ଦୁର୍ଘଟଣା  ଘଟାଇଛି ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗାଡ଼ି ଭିତରେ ୫ଜଣ ସଦସ୍ୟ ରହିଥିଲେ । ସେମାନଙ୍କ ମଧ୍ୟରେ ସୁନୀତା ରାଉତ (୩୬),ମନୋଜ ମହାନ୍ତି (୪୬), ରାଧା ବେହେରା(୫୫), ସୋନାଲି ପାତ୍ର (୧୬), ସତ୍ୟଜିତ ପାତ୍ର (୧୪) ରହିଥିବା ଜଣାପଡ଼ିଛି । ଆହତ ସମସ୍ତଙ୍କ ଘର ନରସିଂହପୁର ଅଂଚଳରେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ସୁନୀତା ରାଉତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବହୁତ ରକ୍ତ ସ୍ରାବ ହେବାରୁ ଅବସ୍ଥା ସଂକଟପର୍ଣ୍ଣ ଥିଲା । ତେଣୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.