ଚାଉଳ ଧରି ଫେରୁଥିଲେ, ଓଲଟି ପଡିଲା ଟ୍ରାକ୍ଟର, ୩୦ ଆହତ

Published By : Prameya-News7 Bureau | August 18, 2020 IST

ନାରାୟଣପାଟଣା, ୧୮|୦୮: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଏକ ଟ୍ରାକ୍ଟର ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ତେନ୍ତୁଳିପଦର ପଞ୍ଚାୟତର ନାରଙ୍ଗ ଓ ଯୋଡିଜାମ୍ବର ୩୦ ଜଣ ଏକ ଟ୍ରାକ୍ଟରରେ ପିଡିଏସ ଚାଉଳ ଧରି ଗ୍ରାମକୁ ଫେରୁଥିଲେ । ତେବେ ଅପରାହ୍ନରେ ପିପଳପଦରଠାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟରରେ ବସିଥିବା ସମସ୍ତେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆହତଙ୍କୁ ନାରାୟଣପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.