ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ୨ମୃତ, ୩ ଗୁରୁତର

Published By : Prameya-News7 Bureau | November 06, 2020 IST

ମୟୂରଭଞ୍ଜ, ୦୬।୧୧: ମୟୂରଭଞ୍ଜ ଜିଲ୍ଲା  ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ  ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ  ଟ୍ରକ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡିଛି । ଫଳରେ ୨ଜଣ ମୃତ୍ୟୁବରଣ କରିଛନ୍ତି ।  

ସୂଚନାନୁସାରେ, ମୋରଡା ଅନ୍ଧାରୀ ରାସ୍ତାରେ ଏକ ଟ୍ରକ୍ ଆସୁଥିଲା  । ତେବେ ଏହା ବାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ।ଏହାପରେ ଟ୍ରକଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଛନ୍ତି । ଏହାସହ   ତିନି ଜଣ ଗୁରୁତର ହୋଇଛନ୍ତି । ଦୁଇ ମୃତ ହେଲେ ମୋରଡାର ଛେଲା ମହାକୁଡ ଓ ଧାନଶୁଳାର କାଳିଆ ମହାନ୍ତ ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.