ରାଜଧାନୀର ଫାୟାର ଷ୍ଟେସନରେ ଦୁର୍ଘଟଣା: ଜଣେ ବାଇକ ଆରୋହୀ ଗୁରୁତର

Published By : Prameya-News7 Bureau | May 29, 2020 IST

ଭୁବନେଶ୍ବର୨୯/୫:  ଆଜି ସକାଳୁ ରାଜଧାନୀର ଫାୟାର ଷ୍ଟେସନ ଓଭରବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରଲରକୁ ପଛପଟୁ ପିଟିଲା ବାଇକ। ଏହି ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଲକ୍ଷ୍ମୀଧର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବ୍ୟକ୍ତିଙ୍କ ଘର କେନ୍ଦ୍ରାପଡା ବୋଲି ତାଙ୍କ ଆଇ କାର୍ଡରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। ବର୍ତ୍ତମାନ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.