ଗାଡି ମରାମତି ବେଳେ ଚଢିଗଲା ଟ୍ରକ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | March 13, 2020 IST

ଢେଙ୍କାନାଳ, ୧୩|୦୩: ଗାଡି ମରାମତି କରିବା ସମୟରେ ଜଣେ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ  ରାସ୍ତା ପାର୍ଶ୍ୱରେ ମିନି ଟ୍ରକର ଚକ ଖୋଲିବାବେଳେ ତାଙ୍କ ଉପରେ ଅନ୍ୟ ଏକ ଟ୍ରକ ଚଢିଯାଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

{"id":237750,"width":746,"height":410,"sizeSlug":"large"}

ଶୁକ୍ରବାର ୫୫ ନଂ ଜାତୀୟ ରାଜପଥର ଢେଙ୍କାନାଳ କଲେଜ ବାଇପାସ ଆସାମ ଅଏଲ ପାଖରେ ଏହି ଅଘଟଣ ଘଟିଛି। ଏକ ମିନିଟ୍ରକର ଚକା ପଙ୍କଚର୍ ସଜାଡିବା ପାଇଁ ଡ୍ରାଇଭର ରାସ୍ତା ପାର୍ଶ୍ୱକୁ ଓହ୍ଲାଇ ମରାମତି କରୁଥିଲେ। ଚକା ଖୋଲୁଥିବା ବେଳେ ଆଉ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା।

{"id":237751,"width":743,"height":409,"sizeSlug":"large"}

ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ଡ୍ରାଇଭରଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମର ଭଗବାନ ସାହୁ ବୋଲି ଜଣାପଡିଛି ।  ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଥିବାରୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.