ଦିଲ୍ଲୀ ଦ୍ୱାରକାରେ ନିର୍ମାଣାଧିନ ମଲରେ ଦୁର୍ଘଟଣା, ମାଟି ଅତଡା ତଳେ ପୋତି ହୋଇଯାଇଛନ୍ତି ଶ୍ରମିକ

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୧:  ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୨ ଅଞ୍ଚଳରୁ ଆସୁଛି ବଡ଼ ଖବର। ଏଠାରେ  ଏକ ମଲର ନିର୍ମାଣ କାମ ବେଳେ ମାଟି ଅତଡା ଧସିଥିବାର ଖବର ମିଳୁଛି। ଫଳରେ ଏକ  ବଡଧରଣର ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଅନେକ ଶ୍ରମିକ ମଟିତଳେ ପୋତି ହୋଇପଡିଥିବାର ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ ସମେତ ଦମକଳ ବିଭାଗ ପହଞ୍ଚିଛି। ଦ୍ୱାରକାରେ ‘ବିଗାସ ମଲ୍’ ନିର୍ମାଣରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ପୋଲିସଓ ଦମକଳ ବାହିନୀ କର୍ମଚାରୀମାନେ ମାଟି ତଳୁ ଜଣେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ତେବେ ଆଉ କେତେ ଶ୍ରମିକ ମାଟି ତଳେ ପୋତି ହୋଇଯାଇଛନ୍ତି ତାର ସ୍ପଷ୍ଟ ସୂଚନା ମିଳୁ ନାହିଁ। ଦିଲ୍ଲୀ ପୋଲିସ, ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ଦିଲ୍ଲୀ ଦମକଳ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.