ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ ସରକାର କମାଇଲେ ଉତ୍ପାଦ ଶୁକ୍ଳ ! ଏବେ ୧୦ ଟଙ୍କା ଯାଏଁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ
  • ||

ଚୌଦ୍ୱାର : ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ୩ଜଣ ଗୁରୁତର

19/11/2018 at 10:24 PM

ଚୌଦ୍ୱାର ୧୯/୧୧: ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ । ୧୬ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କଲେ ଉତ୍ୟକ୍ତ ଲୋକେ । କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଗୋଟେ ବାଇକରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା । ବାଇକ୍ ଆରୋହୀ ୩ ଜଣଯାକ ଗୁରୁତର ଆହତ ହୋଇ ତଳେ ପଡ଼ିଥିବା ବେଳେ ସାଇକେଲରେ ଘରକୁ ଫେରୁଥିବା ସ୍ଥାନୀୟ ଯୁବକ ଛବୀନ୍ଦ୍ର ପଣ୍ଡାଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଛବୀନ୍ଦ୍ରଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ, କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ କରିଥିଲେ । ଫଳରେ ଟାଙ୍ଗୀ ଜଗତପୁରରୁ ଚଣ୍ଡିଖୋଲ ଯାଏଁ ହଜାର ହଜାର ଗାଡ଼ି ରାସ୍ତା ଉପରେ ଅଟକି ରହିଥିଲା ।

ଜିଲା ପ୍ରଶାସନ ବୁଝାସୁଝା କରାଇ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ ୧୦ହଜାର ଟଙ୍କା ସହାୟତା ଦେବା ପରେ ରାସ୍ତା ରୋକ ହଟିଛି ।

   Related Posts