ଆଳୁ ବୋଝେଇ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ

Published By : Prameya-News7 Bureau | August 08, 2020 IST

ବୌଦ୍ଧ,  ୦୮/୦୮-ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଚାରିଛକ ଗୋଲେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆଳୁ ବୋଝେଇ ଟ୍ରକ ସହ ଏକ ଯାତ୍ରୀବାହି ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାନୁସାରେ, ଗାଡିନଂ ଡବ୍ଲୁବି ୮୩ବିଟୁ୮୮୯ ଆଳୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗରୁ ବଲାଙ୍ଗିର ଯାଉଥିଲା । ସେହି ସମୟରେ ଚାରିଛକ ଗୋଲେଇ ନିକଟରେ ଫୁଲବାଣୀ ପଟୁ ଆସୁଥିବା ଓଡି୧୨ବି୮୪୩୦ ଏକ ଯାତ୍ରୀବାହୀ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋରେ ବସିଥିବା ବାକି ଯାତ୍ରୀ ଫେରାର ଥିବା ଜଣାପଡିଛି ।

ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାର ଛାନଭିନ ଆରମ୍ଭ କରିବା ସହ ଟ୍ରକ ଡ୍ରାଇଭର ଓ ଖଲାସୀ କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.