ମୁହାଁମୁହିଁ ଧକ୍କା ହେଲା ବାଇକ୍ ଓ ଟ୍ରାକ୍ଟର, ୨ ମୃତ
5/09/2020 at 9:47 PM

ବଲାଙ୍ଗୀର, ୦୫।୦୯: ବଲାଙ୍ଗିର ସଦରଥାନା ଅନ୍ତର୍ଗତ ବଲାଙ୍ଗିର – ଚନ୍ଦନଭାଟି ରାସ୍ତାର ବାଦିଘୋର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି ।
ଶନିବାର ସଂଧ୍ୟାରେ ବାଦିଘୋର ଛକ ନିକଟରେ ଏକ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଆସୁଥିବା ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବଲାଙ୍ଗିର ମାଧିଆପାଲି ପଂଚାୟତର ବୀରମୁଣ୍ଡା ଗାଁର ରବିନନ୍ଦନ ସାଗର ଓ ବ୍ରାହ୍ମଣପଡାର ଦିକାଂଶୁ ପଧାନ ।
ଉଭୟ ଏକ ବାଇକରେ ଚନ୍ଦନଭାଟିରୁ ବଲାଙ୍ଗିର ଅଭିମୁଖେ ଆସୁଥିବା ବେଳେ ବାଦିଘୋର ଛକ ନିକଟରେ ଟ୍ରାକ୍ଟର ସହ ମୁହାଁମୁହିଁ ହୋଇଥିଲେ । ଖବର ପାଇ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରାକ୍ଟର୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି । ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।