ଟ୍ରକକୁ ଧକ୍କା ଦେଲା ସ୍କୁଟି, ଜଣେ ମୃତ

Published By : Prameya-News7 Bureau | October 06, 2020 IST

ଭଦ୍ରକ, ୦୬ ।୧୦: ଭଦ୍ରକ-ଆନନ୍ଦପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ସ୍କୁଟି ଆରୋହୀ ପ୍ରାଣ ହରାଇଚନ୍ତି ।  

ସୂଚନାନୁସାରେ,  ଭଦ୍ରକ-ଆନନ୍ଦପୁର ରାସ୍ତାର ଫିସରି ଛକ ନିକଟରେ ଏକ ଟ୍ରକ୍ ରାସ୍ତାରେ ଛିଡା ହୋଇଥିଲା । ଏହି ସମୟରେ ଏକ ସ୍କୁଟି ଟ୍ରକକୁ ପଛରୁ ପିଟିଥିଲା । ଫଳରେ  ସ୍କୁଟି ଆରୋହୀଜଣଙ୍କ  ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କର ପରିଚୟ ମିଳି ପାରି ନାହିଁ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି  ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.