Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

କାରକୁ ଧକ୍କା ଦେଲା ଟ୍ରାକ୍ଟର, କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାରର ୪ ସଦସ୍ୟ ଆହତ, ହସ୍ପିଟାଲରେ ଭର୍ତ୍ତି

29/11/2020 at 9:02 AM

ଦିଗପହଣ୍ଡି,୨୯/୧୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପିତାମ୍ବପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  କାର୍‌-ଟ୍ରାକ୍ଟର ମୁହାଁମୁହିଁ ହେବା ଫଳରେ ବ୍ରହ୍ମପୁର ଯାଉଥିବା କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି । ଆହତ  ପରିବାରସଦସ୍ୟ ହେଲେ ସୁନିତା ପଟ୍ଟନାୟକ, ତାରା ପଟ୍ଟନାୟକ, ଆଦିତ୍ୟ ପଟ୍ଟନାୟକ, ଅଙ୍କିତା ପଟ୍ଟନାୟକ ।

ସୂଚନାନୁସାରେ,  ଶନିବାର ପ୍ରାୟ ସାଢ଼େ ୯ଟାରେ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ ଏବଂ ତାଙ୍କର ପରିବାର ଲୋକ ଏକ ବିବାହ କାର୍ଯ୍ୟରେ ସାମିଲ ହେବାକୁ ଆଗ ପଛ ହୋଇ ୪ଟି କାର୍‌ରେ ବ୍ରହ୍ମପୁର ଯାଉଥିଲେ । ସେହି ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଯାଉଥିବା ଏକ ଟ୍ରାକ୍ଟର ପିତାମ୍ବରପୁର ଠାରେ ଗୋଟିଏ କାରକୁ ସାମ୍ନାରୁ ଧକ୍କା ଦେଇଥିଲା ।

ସୂଚନା ପାଇ ପାଟ୍ରୋଲିଂ କରୁଥିବା ଦିଗପହଣ୍ଡି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌କୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

   Related Posts