ମୁହାଁମୁହିଁ ଧକ୍କା ହେଲେ ଟ୍ରାକ୍ଟର ଓ ବସ୍, ୪ ଆହତ

Published By : Prameya-News7 Bureau | June 12, 2020 IST

ବ୍ରହ୍ମପୁର, ୧୨|୦୬: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟସ୍ଥ ବାଘଝରିରେ ଏକ  ଯାତ୍ରୀବାହୀ ବସ ଓ ଇଟା ବୋଝଇ ଟ୍ରାକଟର ମୁହାଁମୁହିଁ ଧକା ହୋଇଛି । ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନାନୁସାରେ, ମା ଆଦିଶକ୍ତି ନାମକ ଏକ ବସ ଯାତ୍ରୀଙ୍କୁ ଧରି ରାୟଗଡାରୁ ବ୍ରହ୍ମପୁର ଆସୁଥିଲା । ତେବେ ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟସ୍ଥ ବାଘଝରିରେ ଏହା ଏକ ଇଟା ବୋଝେଇ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି ।

ପୋଲିସ ଘଟଣାସ୍ଥଳରେ ପହଁଚି ବସ୍ କୁ ଜବତ କରିଛି । ଏନେଇ ସଦର ଏସ୍ ଡି ପି ଓ ସବଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.